ଜାନୁଆରୀ ୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଜାନୁଆରୀ ୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର,୨/୧ : ଜାନୁଆରୀ ୧୦ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏ ନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । 

ଓଡ଼ିଶା ପରିବହନ ବିଭାଗ ଘୋଷଣା କରିଛି ଯେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରି ୨୦୨୬ଠାରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ଉପଲବ୍ଧ ହେବ । ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍ ପାଇପାରିବେ।

ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ । ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ବୈଧ PUCC ଥିବା ଯାନବାହାନ ଗୁଡ଼ିକୁ ହିଁ ସବୁଜ ଷ୍ଟିକର୍ ପ୍ରଦାନ କରାଯିବ। ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସରେ ଥିବା ରେକର୍ଡ଼କୁ ଯାଞ୍ଚ କରିବେ।