ଓଡ଼ିଆ ସିନେମାକୁ ୯୦ବର୍ଷ, ବ୍ଲାକଆଣ୍ଡ ହ୍ବାଇଟରୁ – ଓଟିଟି
ଭୁବନେଶ୍ବର,୨୮/୪ : ହାପି ବର୍ଥ ଡେ ‘ଓଲିଉଡ଼’ । ୯୧ବର୍ଷରେ ପାଦ ଥାପିଛି ଓଡ଼ିଆ ସିନେମା । ଦୁଃଖ ସୁଖରେ ଭରା ଅନେକ ସ୍ମୃତି ଆଜି ବି ଉଦ୍ଜିବୀତ ହୋଇ ରହିଛି । ୧୯୩୬ମସିହା ଆଜିର ଦିନରେ ଓଡ଼ିଆ ସିନେମା ଜନ୍ମ ନେଇଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଓଡ଼ିଶାବାସୀ ‘ସୀତା ବିବାହ’ ମାଧ୍ୟମରେ ପ୍ରଥମ ସିନେମାର ସ୍ୱାଦ ଚାଖିଥିଲେ । କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେ ହିଁ ଗାୟନ କରିଥିଲେ । ବାସ୍ ସେବେଠାରୁ ଆଉ ପଛକୁ ଚାହିଁନି ଓଡ଼ିଆ ସିନେମା ଜଗତ ଅର୍ଥାତ୍ ‘ଓଲିଉଡ଼’। ଆଜିର ଦିନରେ ଆମେ ସେହି ସମସ୍ତ ନିର୍ଦ୍ଦେଶକ, କଳାକାର,ସଙ୍ଗୀତକାର ଓ ପ୍ରଯୋଜକ, ଟେକ୍ନିସିଆନ୍ମାନଙ୍କୁ ସ୍ମରଣ କରୁଛୁ ଯେଉଁମାନେ ଓଡ଼ିଆ ସିନେମାକୁ ଏହି ଉଚ୍ଚତାକୁ ନେଇଯାଇଛନ୍ତି।
‘ଓଲିଉଡ଼’ ପ୍ରତ୍ୟେକ ଓଡ଼ିଆଙ୍କ ହୃଦସ୍ପନ୍ଦନ । ସୀତାବିବାହରୁ ଏଯାବତ୍ ସିନେ ପ୍ରେମୀଙ୍କୁ ଦେଇ ଆସିଛି ମନୋରଞ୍ଜନର ଖୋରାକ୍ । ଷ୍ଟାର୍ ଦେଇଛି ସୁପରଷ୍ଟାର୍ ବି ଦେଇଛି । ସେମାନେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁରେ କନ୍ଦାଇଛନ୍ତି ଓ ହସାଇଛନ୍ତି ।
ପୂର୍ବରୁ ସିନେମା ହଲରେ କାହିଁ କେତେ ଭିଡ଼ ବି ଦେଖିବାକୁ ମିଳେ । ଯାହା ଆଜିର ସମୟରେ କିଛିମାତ୍ରାରେ ବୃଦ୍ଧି ପାଉଥିବାବେଳେ ଆଉ କିଛିମାତ୍ରାରେ ନିରାଶ ବି କରୁଛି । ସମୟ ବଦଳୁଛି ଓଲିଉଡ଼ ବି ତା’ର କାୟା ବଦଳାଉଛି । କଣ୍ଟେଣ୍ଟ ହେଉ କିମ୍ବା ଟେକ୍ନିକାଲ୍ ସବୁ ଥିରେ ସେ ନିଜକୁ ଅପଡେଟ୍ କରୁଛି । ଦର୍ଶକଙ୍କ ରୂଚି ବଦଳିଛି , ଓଲିଉଡ଼ ବି ନିଜକୁ ବଦଳାଉଛି ।
ବିଗତ ଦିନ ଅପେକ୍ଷା ଆଜି ସିନେମାର ସଂଖ୍ୟା ବଢିଛି । ଦର୍ଶକ ପସନ୍ଦ କରୁଛନ୍ତି, ଫରକ ବି ଦେଖୁଛନ୍ତି l ସତରେ କେତେ ବଦଳିଛି ଆମ ସିନେମା l ଆଜି ବିବାଦ ହେଉଛି ସିନେମା ବ୍ଲକ ବଷ୍ଟର ବି ହେଉଛି l ସବୁ ପରେ ଆମ ଇଣ୍ଡଷ୍ଟ୍ରି ଆଗକୁ ବଢୁଛି l ଘାତ ଦେଖୁଛି ପ୍ରତିଘାତ ବି ଦେଖୁଛି l ଫରକ ଏତିକି ଆମେ ଆଜି ଆମ ସିନେମା ପାଇଁ ଲଢେଇ ଜାରି ରଖିଛୁ l
କିଛି ସମସ୍ୟା ଆଜି ବି ମୁଣ୍ଡ ଟେକି ଠିଆ ହୋଇଛି l ସମାଧାନ ଖୋଜୁଛୁ ହେଲେ ହୋଇପାରୁନି l ଫଳରେ ସରକାରୀ ହେଉ କି ବେସରକାରୀ ସ୍ତରରେ ଏହା ଜଳ ଜଳ ହୋଇ ଦେଖା ଯାଉଛି l ଦିନ ଥିଲା ଆମ ପାଖରେ ହଲ୍ ଅନେକ ଥିଲା l ହେଲେ ଆଜି କେବଳ ହଲ୍ ଅଛି କିନ୍ତୁ ତାହା ଜରା ଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି l ଫଳରେ ଆମ ସିନେମା ଆଜି ସେହି ସ୍ତରର ବ୍ୟବସାୟ କରିପାରୁନି l ଏଥିଯୋଗୁ ନାଁ ନୂଆ କଳାକାର ଆସୁଛନ୍ତି ନାଁ ନୂଆ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ l ଯେମିତି ଏକ ପ୍ରକାର ମୁହଁ ମୋଡ଼ୁ ଛନ୍ତି l ଆଜିର ଜନ୍ମଦିନରେ ଏ ସବୁ କହିବା ଯେତିକି ଆବଶ୍ୟକ ନ ଥିଲା ତା'ଠାରୁ ବେଶୀ ଗୁରୁତ୍ୱ ଥିଲା କହିବା ଟା l ଜାତୀୟ ଓଟିଟିରେ ସ୍ଥାନ ପାଇବାକୁ ଆଜି କସରତ କରୁଛି ଓଡ଼ିଆ ସିନେମା l ଯାହା ବେଶ ଚିନ୍ତାର ବିଷୟ l ଆଶା କରିବୁ ଓଲିଉଡ଼ର ଏ ଯାତ୍ରା ଆଗାମୀ ଦିନରେ ସୁଗମ ହେଉ l

Editor 


