ଶ୍ରମ ଦିବସରେ ଶ୍ରମିକ ପୂଜନ

ଶ୍ରମ ଦିବସରେ ଶ୍ରମିକ ପୂଜନ

ଭୁବନେଶ୍ଵର,୧/୫ : ଆଜି ହେଉଛି ଶ୍ରମିକ ଦିବସ l ଆଜି ଦିବସରେ ଶ୍ରମିକମାନଙ୍କ ପାଇଁ କିଛି କାର୍ଯ୍ୟକ୍ରମ ମାନ ହୋଇଥାଏ । କିନ୍ତୁ ଯିଏ ପ୍ରକୁତ ଶ୍ରମିକ ତାଙ୍କୁ ଅଣଦେଖାର ନଜିର ରହିଛି l ସେ ପ୍ରକୃତ ଶ୍ରମିକ କେଉଁମାନେ ଅଟନ୍ତି, ସେମାନେ ହେଲେ ଟ୍ରଲି ଚାଳକ ଓ ରିକ୍ସା ଚାଳକ l ଆସନ୍ତା ସମୟରେ ଏହି ବୃତ୍ତି ଡୁବିବାକୁ ବସିଲାଣି l ଏହି ବୃତ୍ତିରେ ଥିବା ବ୍ୟକ୍ତିମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିପଟ ଖରାରେ ନିଜର ପରିଶ୍ରମ କରି ନିଜର ଗୁଜୁରାଣ ନିର୍ବାହ କରିଥାନ୍ତି l ତେବେ ଆପଣ ବି କୁହନ୍ତୁ ଏମାନେ ପ୍ରକୃତ ଶ୍ରମିକ ଅଟନ୍ତି ନା ନାହିଁ l 

ଆଜିର ଦୁନିଆରେ ଏମାନଙ୍କୁ କାହାର ସମ୍ମାନ ନାହିଁ l ଆଜି ଶ୍ରମିକ ଦିବସରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋଟିଏ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଲକ୍ଷ୍ୟ "ଆମ କର୍ମ ଆମ ପରିଚୟ "l ଏହି ମର୍ମରେ ପ୍ରକୃତ ଶ୍ରମିକଙ୍କୁ ସମ୍ମାନିତ କରାଯାଇଛି l ସମସ୍ତ ଶ୍ରମିକମାନଙ୍କର ଶ୍ରମକାର୍ଡ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି l ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଶ୍ରମିକମାନଙ୍କ ପାଇଁ ବସ୍ତ୍ର ଲୁଙ୍ଗି, ଗାମୁଛା, ଗଞ୍ଜି ସହ ଫୁଲ ମାଳ ଦେଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ଶାନ୍ତସାହି ନିକଟରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ କରାଯାଇଛି l ଏହିପରି କାର୍ଯ୍ୟକ୍ରମକୁ ଦେଖି ବହୁ ଲୋକେ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ l

କିଛି ଗୁରୁଜନ ଲୋକେ କହୁଥିଲେ ଆଜି ପ୍ରକୃତ ଶ୍ରମିକଙ୍କୁ ମାନ୍ୟତା ମିଳିଲା l ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ଟ୍ରଷ୍ଟର ପରାମର୍ଶଦାତା ନିମାଇଁଚରଣ କର, ନିଗମ ସାହୁ ଓ ଭାବଗ୍ରାହୀ ସାହୁ ଉପସ୍ଥିତ ଥିଲେ l