ଏହି ନବ ବର୍ଷ ଆପଣଙ୍କ ଜୀବନରେ ନୂଆ ସୁଯୋଗ ଓ ନୂତନ ଆରମ୍ଭ ନେଇ ଆସୁ : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ

ଏହି ନବ ବର୍ଷ ଆପଣଙ୍କ ଜୀବନରେ ନୂଆ ସୁଯୋଗ ଓ ନୂତନ ଆରମ୍ଭ ନେଇ ଆସୁ : ଅଂଶୁ ତ୍ରିପାଠୀ, ମହିଳା ଉଦ୍ୟୋଗୀ

ଭୁବନେଶ୍ବର,୧୪/୪ :  ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା। ଏହି ଶୁଭ ପର୍ବ ଆପଣଙ୍କ ଜୀବନକୁ ନୂତନ ଉତ୍ସାହ ଓ ସଫଳତାରେ ପୂର୍ଣ୍ଣ କରୁ । ପଣାର ଶିତଳତା ଭଳି ଆପଣଙ୍କ ମନ ଓ ଜୀବନ ସଦା ଶାନ୍ତ ଓ ସୁଖମୟ ରହୁ ।  

ଏହି ନବ ବର୍ଷ ଆପଣଙ୍କ ଜୀବନରେ ନୂଆ ସୁଯୋଗ ଓ ନୂତନ ଆରମ୍ଭ ନେଇ ଆସୁ । ପରିବାର ଓ ସଙ୍ଗମାନଙ୍କ ସହ ଏହି ଅବସରକୁ ଖୁସି ଓ ପ୍ରେମରେ ପାଳନ କରନ୍ତୁ । ସମସ୍ତ ଦୁଃଖ ଦୂରେଇ ଆପଣଙ୍କ ଜୀବନ ହସ ଓ ଆନନ୍ଦରେ ଭରିଯାଉ । ଆପଣଙ୍କ ସ୍ୱପ୍ନ ସଫଳ ହେଉ ଓ ଜୀବନରେ ସମୃଦ୍ଧିର ଆଲୋକ ଭରି ରହୁ । ପ୍ରତ୍ୟେକ ଦିନ ଆପଣଙ୍କୁ ନୂତନ ସଫଳତା ଓ ଖୁସିର ଅନୁଭୂତି ଦେଉ ବୋଲି କହିଛନ୍ତି ମହିଳା ଉଦ୍ୟୋଗୀ ଅଂଶୁ ତ୍ରିପାଠୀ