ନାରୀ ସୁରକ୍ଷା ପ୍ରସଙ୍ଗରେ ଆସନ୍ତା ୨୭ରେ ବିଧାନସଭା ଘେରିବ କଂଗ୍ରେସ : ଡ଼ ହମିଦ ହୁସେନ
ସମ୍ବଲପୁର,୨୬/୩ : ଗତ ମଙ୍ଗଳବାର ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ବିଜେପି ସରକାର ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ନାରୀଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଥିବା ବେଳେ ଏହାକୁ ପ୍ରତିବାଦ କରି କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ ପ୍ରସଙ୍ଗକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏଥିରେ ପିସିସି ପର୍ଯ୍ୟବେକ୍ଷକ ଡକ୍ଟର ହମିଦ ହୁସେନ ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ନିଜ ମତାମତ ଉପସ୍ଥାପନ କରିଥିଲେ। ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ସମେତ କଂଗ୍ରେସର ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।

Editor 


