ମହଙ୍ଗା ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ମହଙ୍ଗା ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ନୂଆଦିଲ୍ଲୀ,୨୯/୪ : ସୁନାର ମୂଲ୍ୟ ଏକ ଲକ୍ଷ ପାରି କରିବା ସତ୍ତ୍ୱେ ଏହା କମିଛି ସତ । ହେଲେ ଅକ୍ଷୟ ତୃତୀୟାର ପୂର୍ବ ଦିନ ଅର୍ଥାତ ଆଜି ସୁନା ଦର ବଢିଯାଇଥିବା ଦେଖିବାକୁ ମିଳିଛି । ସୋମବାର ତୁଳନାରେ ମଙ୍ଗଳବାର ଏହି ସୁନା ଦର ମହଙ୍ଗା ହୋଇଛି । ଏଥିରେ ୪୦୦ ଟଙ୍କା ବୃଦ୍ଧି ପାଇଛି । ଏମସିଏକ୍ସରେ ସୁନା ଦର ସକାଳ ୬ଟା ୨୦ରେ ୧୦ ଗ୍ରାମ ପିଛା ୯୬ ହଜାର ୬୦ ଟଙ୍କା ଥିଲା । ଏହାର ମୂଲ୍ୟରେ ୧,୦୬୮ ଟଙ୍କା ବୃଦ୍ଧି ଘଟିଛି । ସେହିପରି ରୂପା ଦରରେ ୧୪୬ ଟଙ୍କାର ବୃଦ୍ଧି ଘଟିଛି ଏବଂ ଏହା କିଲୋଗ୍ରାମ ପିଛା ୯୬,୫୮୭ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି

ଯଦି ଆମେ ଭୁବନେଶ୍ୱରରେ ସୁନା ଦର ବିଷୟରେ ଆଲୋଚନା କରିବା ତେବେ ଆଜି ୨୨ କ୍ୟାରେଟ୍ ସୁନା ଦରରେ ୪୦୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଏହି ଦର ୧୦ ଗ୍ରାମ ପିଛା ୮୯,୪୦୦ ଥିଲା । ଆଜି ସେଥିରେ ୪୦୦ ଟଙ୍କା ବୃଦ୍ଧି ପାଇ ୮୯ ହଜାର ୮୦୦ରେ ପହଞ୍ଚିଛି

ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଗତକାଲି ୯୭ ହଜାର ୫୩୦ ଟଙ୍କା ଥିଲା । ଆଜି ସେଥିରେ ୪୪୦ ଟଙ୍କା ବୃଦ୍ଧି ଘଟି ୯୭,୯୭୦ ଟଙ୍କାରେ ପହଞ୍ଚିଛି । ୧୮ ଗ୍ରାମ ସୁନା ଦର ଆଜି ୧୦ ଗ୍ରାମ ପିଛା ୭୩ ହଜାର ୪୮୦ ଟଙ୍କା ପହଞ୍ଚିଛି